ଶ୍ରୀ ମନ୍ଦିରରେ ନାହିଁ ନଥିବା ଭିଡ଼; ବ୍ୟାରିକେଡ୍ ଭାଙ୍ଗି ପଶିଲେ ଶ୍ରଦ୍ଧାଳୁ

Rising Utkal

ଆଜି ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି | ବଡ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି ଶ୍ରଦ୍ଧାଳୁ | ତେବେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା |

ସୂଚନାନୁସାରେ, ଆଜି ଡିସେମ୍ବର ୨୫ ତାରିଖ ଲାଗି ଜଗା ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଆସି ପୁରୀରେ ପହଞ୍ଚିଛନ୍ତି | ତେବେ ମହପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲାଇନ୍ ଲାଗିଥିଲା | ଘଣ୍ଟା ଘଣ୍ଟା ଲାଇନରେ ଛିଡା ହୋଇ ଧର୍ଯ୍ୟ ହରାଇ ଶେଷରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି ଭକ୍ତ |

ସେହିପରି ସେବାୟତମାନେ ପଇସା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡୁଥିବାର ଲୋକେ ଅଭିଯୋଗ କରିଛନ୍ତି | ତେବେ ଆଗକୁ ନୂଆ ବର୍ଷ ଆସୁଥିବାରୁ ଆହୁରି ଭିଡ଼ ବଢିପାରେ, ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି |

ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #risingutkal #jagannathtemple #purijagannathtemple #barricadesbroken #barricades

Leave a Reply

Your email address will not be published. Required fields are marked *