ବଡଦିନର ବଡ଼ କଥା

ବଡଦିନର ବଡ଼ କଥା

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର l ଏଠାରେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ, ଶିଖ୍ ଭଳି ଅନେକ ଭିନ୍ନ ଭିନ୍ନ ଧର୍ମର ଲୋକ ବସବାସ କରନ୍ତି l ପ୍ରତ୍ୟେକ ଧର୍ମର ସଂସ୍କୃତି ଓ ପରମ୍ପରା ଅଲଗା | ଏମାନେ ଭିନ୍ନ ଭିନ୍ନ ପର୍ବ ବି ପାଳନ୍ତି | ଅନୁରୂପ ପ୍ରମୁଖ ଖ୍ରୀଷ୍ଟ ଧର୍ମାବଲମ୍ବୀ ନିଜର ପ୍ରମୁଖ ପର୍ବ ଖ୍ରୀଷ୍ଟମାସ ତଥା “ବଡଦିନ” ପାଳନ୍ତି |

ପ୍ରତ୍ୟେକ ବର୍ଷ ଡ଼ିସେମ୍ବର ୨୫ରେ ଏହା ପାଳନ କରାଯାଇଥାଏ | ଏହା ସାଧାରଣତଃ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନଙ୍କର ପର୍ବ | ତେବେ ଆଜିକାଲି ଏହି ପର୍ବ ହିନ୍ଦୁ ସମାଜରେ ମଧ୍ୟ ଆଦୃତ ହେଲାଣି l କଥାରେ ରହିଛି “ଈଶ୍ୱର ହେଉଛନ୍ତି ଏକ, ମାତ୍ର ତାଙ୍କର ଭିନ୍ନ ନାମ ଓ ରୂପ | ହିନ୍ଦୁମାନେ ନିଜର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ପୂଜୁଥିବା ବେଳେ, ମୁସଲିମମାନେ ଆହ୍ଲା ଓ ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କୁ ନିଜର ପ୍ରମୁଖ ଦେବତା ଭାବେ ପୂଜା କରୁଛନ୍ତି | ତେବେ ଏହି ବଡ଼ଦିନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଦିବସକୁ ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି | ତେଣୁ ଯୀଶୁଖ୍ରୀଷ୍ଟଙ୍କ ନାମନୁସାରେ ‘ଖ୍ରୀଷ୍ଟମାସ ଡେ’ ପାଳନ କରାଯାଏ | ତେବେ ଖ୍ରୀଷ୍ଟମାସ ପାଳନ ନେଇ ଆସନ୍ତୁ ଜାଣିବ ଏହି ରୋଚକ କାହାଣୀ |

ଖ୍ରୀଷ୍ଟମାସ ପାଳନ ନେଇ ରହିଛି ଦୀର୍ଘ ଇତିହାସ | ପ୍ରଥମ ଖ୍ରୀଷ୍ଟମାସ ୩୩୬ ଖ୍ରୀଷ୍ଟାବ୍ଦରେ ରୋମରେ ପାଳନ କରାଯାଇଥିଲା | ୩୦୦ ଦଶକରେ ଘଟିଥିବା ପ୍ରସିଦ୍ଧ ଆରିୟାନ୍ ବିବାଦ ସମୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା | ବାଇବେଲରେ ଉଦ୍ଦିଷ୍ଟ କାହାଣୀ ଅନୁସାରେ, ଏକଦା ନଜରତ ନାମକ ଏକ ଗ୍ରାମରେ ମେରି ନାମକ ଜଣେ କନ୍ୟା ରହୁଥିଲେ | ତାଙ୍କର ଯଶେଫ ନାମକ ଯୁବକଙ୍କ ସହ ବିବାହ ଠିକ ହୋଇଥିଲା | ହଟାତ ଦିନେ ମେରି ଶୋଇଥିଲା ବେଳେ ଈଶ୍ୱରଙ୍କ ଦୂତ ଗେବ୍ରିଲାଲ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ | ସେ ମେରିଙ୍କୁ କହିଥିଲେ ଯେ, ବିବାହ ପୂର୍ବରୁ ସେ ଗର୍ଭବତୀ ହେବେ ଏବଂ ଜିଯେଶ ନାମକ ପୁତ୍ରକୁ ଜନ୍ମ ଦେବେ | ଏହା ଶୁଣି ମେରି ଆଶ୍ଚର୍ଯ୍ୟ ହୋଇଗଲେ | ଜିଯେଶ ଜଣେ ଈଶ୍ୱର ପୁତ୍ର ଯେକି ସଂସାରର ମଙ୍ଗଳ ପାଇଁ ଧରାରେ ଅବତରଣ କରିବେ | ଏହା ପରେ ମେରି ଯଶେଫଙ୍କୁ ସମସ୍ତ ଘଟଣା କହିଲେ | ପରେ ଦୁହେଁ ଖୁବ ଶୀଘ୍ର ବିବାହ କରିନେଲେ | ଦୁହେଁ ବେଥଲୋମ ବାହାରିଲେ |

ଗର୍ଭବତୀ ସମୟରେ ମେରିଙ୍କୁ ବାଟ ଅତିକ୍ରମ କରିବାରେ କଷ୍ଟସାଧ୍ୟ ହେଉଥାଏ | ସବୁ ପରେ ବି ସେ ବେଥଲୋମରେ ପହଁଞ୍ଚିଲେ | ସେତେବେଳେ ସେଠାରେ ଅନ୍ଧାର ହୋଇଯାଇଥିଲା | ଦୁହେଁ ରହିବା ପାଇଁ ସ୍ଥାନଟିଏ ଖୋଜିଲେ ମାତ୍ର ସେମାନଙ୍କୁ ସେପରି କିଛି ରହଣି ସ୍ଥଳ ମିଳିଲା ନାହିଁ | ପରେ ଏକ ଖୋଲା ଆକାଶ ତଳେ ମେରି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ | ଈଶ୍ୱରଙ୍କ ଆବିର୍ଭାବରେ ଆକାଶର ତାରା ମାନେ ଚମକିବାରେ ଲାଗିଲେ l ଏହାପରେ ଜିଯେଶ ଲୋକଙ୍କର ମଙ୍ଗଳ ଉଦେଶ୍ୟରେ ବହୁ କାର୍ଯ୍ୟ କରିଥିଲେ | ଫଳରେ ଖ୍ରୀଷ୍ଟିଆନମାନେ ତାଙ୍କୁ ନିଜର ଇଷ୍ଟ ଦେବତା ଭାବେ ପୂଜାର୍ଚ୍ଚନା କରିବାକୁ ଲାଗିଲେ | ଯେଉଁ ବଡ଼ କଥାକୁ ନେଇ ଆଜିର ଦିନରେ ବଡ଼ଦିନ ପାଳିତ ହେଉଛି | ଆଉ ଏହି ତଥ୍ୟ ଆଧାରରେ ସାରା ବିଶ୍ୱ ଡ଼ିସେମ୍ବର ୨୫କୁ ଯୀଶୁଙ୍କର ଜନ୍ମ ଦିବସ ଭାବେ ମନେପକାଇ ପାଳନ କରୁଛି |

ପୂଜା ରାଣୀ ଦାସ
ଯୁବ ସାମ୍ବାଦିକା
ଦୂରଭାଷ: ୯୭୭୭୨୩୫୦୩୪

Tags: #risingutkal #historyofchristmas #christmas #christmashistory #hristmasday

Leave a Reply

Your email address will not be published. Required fields are marked *