ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରସାର ନେଇ ସାହିତ୍ୟ ପ୍ରତିଯୋଗିତା

ନୂଆ-ଓ ଜରିଆରେ ଜଗନ୍ନାଥ ସଂସ୍କୃତିର ପ୍ରଚାର

ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଦ୍ଵାରା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ସରକାରଙ୍କ ନୂଆ-ଓ ଯୋଜନା ଜରିଆରେ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଡ.ଶିରୀଶ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ଏଫଏମ କଲେଜ ଓଡ଼ିଆ ବିଭାଗୀୟ ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ | କଲେଜର ନୋଡାଲ ଅଧିକାରୀ ବୈଶାଳିନୀ ପଣ୍ଡା, ରସାୟନ ସହକାରୀ ପ୍ରଫେସର ଡ.ଭାଗବତ ଭୂୟାଁ, ଅଧ୍ୟାପକ ଡ. ସନ୍ତୋଷ ରାଉତ ପ୍ରମୁଖ ମଞ୍ଚସୀନ ଥିଲେ |

ଓଡ଼ିଆ ଭାଷାର ଗୁରୁତ୍ଵ ଓ ଜଗନ୍ନାଥ ସଂସ୍କୃତିର ମହାନତା ନେଇ ଅତିଥିଗଣ ଗୁଣଗାଣ କରିଥିଲେ | ଇଂରାଜୀ ଅଧ୍ୟାପକ ଲକ୍ଷ୍ମୀନାରାୟଣ ନାୟକ ମଞ୍ଚ ପରିଚାଳନା କରିଥିଲେ | ଅଧ୍ୟାପକ ପୀତାମ୍ବର ବେହେରା ଅତିଥି ପରିଚୟ ଦେଇଥିଲେ | ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ କୁଞ୍ଜବିହାରୀ ମହାନ୍ତି, ଶାଶ୍ଵତୀ ଦାସମହାପାତ୍ର, ଜୟଶ୍ରୀ ଗାହାଣ ପ୍ରମୁଖ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାମାନ ଆୟୋଜନ କରିଥିଲେ |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *