ନୂଆ ବର୍ଷ ଆରମ୍ଭରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୨ ମୃତ

ରାଇଜିଂ ଉତ୍କଳ

ନୂଆବର୍ଷ ଆରମ୍ଭରୁ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା | ଏକ ଘରୋଇ ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କାରେ ୪୦ ଆହତ ଓ ୨୦ ଗୁରୁତର ଥିବା ଜଣାଯାଇଛି | ବହୁ ସମୟ ଧରି ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି |

ସୂଚନା ଅନୁସାରେ, ଦୁର୍ଘଟଣାଟି କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଛି | ଏକ ଘରୋଇ ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି |ଆଜି ସକାଳ ସାଢ଼େ ୭ଟାରେ ମନୋରମା ବସ ଚାନ୍ଦବାଲିରୁ କଟକ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକକୁ ମୁହାଁମୁହିଁ ପିଟିଥିଲା | ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪୦ ଆହତ ଓ ୨୦ ଗୁରୁତର ଥିବା ଜଣାଯାଇଛି | ବସରେ ଦୁଇ ଜଣ ଡ୍ରାଇଭର୍ ବର୍ତ୍ତମାନ ସୁଦ୍ଧା ଫସି ରହିଛନ୍ତି | ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ସହ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *