‘ୱି କେନ୍‌’ ଚାରିଟେବୁଲ ଟ୍ରଷ୍ଟର ‘ଖ୍ରୀଷ୍ଟମାସ ଫିଡ୍‌’ ଉତ୍ସବ

ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ସହ ଗୋଟିଏ ଦିନ

ଭୁବନେଶ୍ୱର,୨୫।୧୨: ପବିତ୍ର ବଡ଼ ଦିନ ଅବସରରେ ଚାରିଟେବୁଲ ଟ୍ରଷ୍ଟ ‘ୱି କେନ୍‌’ ପକ୍ଷରୁ ‘ଖ୍ରୀଷ୍ଟମାସ ଫିଡ୍‌’ ଉତ୍ସବ ପାଳିତ ହୋଇଯାଇଛି । ୟୁନିଟ୍‌-୩, ଭୁବନେଶ୍ୱର ସ୍ଥିତ ଦୃଷ୍ଟିବାଧିତଙ୍କ ନିମନ୍ତେ ବିଦ୍ୟାଳୟ ‘ଓଡ଼ିଶା ଆସୋସିଏସନ ଫର ଦା ବ୍ଲାଇଣ୍ଡ’ ପରିସରରେ ସୋମବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ସହ ଖ୍ରୀଷ୍ଟମାସ ପାଳିବା ସହ ସେମାନଙ୍କୁ ଗୋଟିଏ ଦିନର ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି । ଟ୍ରଷ୍ଟର ପ୍ରତିଷ୍ଠାତା ଚୈତାଲୀ ସୋମ୍‌ଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନର ସଭାପତି ତଥା ସନ୍ୟାସ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ନିଜ ନିଜ ପରିବାର ସହିତ ସୁଖକର ମୁହୂର୍ତ୍ତ କଟାଇବା ଏକ ଅପୂର୍ବ ବିଷୟ । କିନ୍ତୁ ଯେଉଁମାନେ ସମୟର କଷାଘାତରେ ଏକା ଏକା ଲଢ଼ୁଛନ୍ତି ସେମାନଙ୍କ ସହ ମିଲ୍‌ ବାଣ୍ଟିବା ଏକ ସ୍ୱତନ୍ତ୍ର ବିଷୟ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ସୋମ୍‌ ପ୍ରକାଶ କରିଥିଲେ । ସେହିପରି ଦୃଷ୍ଟିବାଧିତ କୋମଳମତି ଛାତ୍ରଛାତ୍ରୀମାନେ ଅନ୍ୟର ସ୍ନେହବୋଳା ପରଷରେ ଦୁନିଆକୁ ଖୁବ୍‌ ସୁନ୍ଦର ଭାବରେ ଆକଳନ କରିପାରନ୍ତି । ଏନେଇ ‘ୱି କେନ୍‌’ ଚାରିଟେବୁଲ ଟ୍ରଷ୍ଟ ସବୁ ବର୍ଷ ବିଭିନ୍ନ ସଂସ୍ଥାରେ ଖ୍ରୀଷ୍ଟମାସ ଫିଡ୍‌ ଦେଉଛନ୍ତି । ଚଳିତ ବର୍ଷ ସେମାନେ ଏହି ବ୍ଲାଇଣ୍ଡ ଆସୋସିଏସନରେ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି, ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶ୍ରେଷ୍ଠ ଉପହାର ଶ୍ରୀ ବେହେରା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁବାଷ ମହାନ୍ତି, ଶିକ୍ଷାନୁଷ୍ଠାନର କପିଲ ସ୍ୱାଇଁ, ଟ୍ରଷ୍ଟର ସାତ୍ତ୍ୱିକ ଘୋଷ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #risingutkal #WeCanCharitableTrust #ChristmasFeed #BlindSchool

Leave a Reply

Your email address will not be published. Required fields are marked *