ପୁଣି ଜାମ୍ମୁ କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ; ସର୍ଚ୍ଚ ଅପରେସନ ଜାରି

ରାଇଜିଂ ଉତ୍କଳ

ଜାମ୍ମୁ କାଶ୍ମୀରର ୨ଟି ଜିଲ୍ଲା ପୁଞ୍ଚ୍ ଓ ରାଜୌରୀରେ ଠପ୍ ହେଲା ମୋବାଇଲ୍ ଇଣ୍ଟରନେଟ୍ ସେବା | ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପାଇଁ ଅନିଶ୍ଚିତ କାଳ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ନେଇ ସୂଚନା ରହିଛି | ତେବେ ପୁଞ୍ଚରେ ୪ ଜଣ ଯବାନ ସହିଦ ହେବା ପରେ ଚାଲିଛି ଜୋରସୋରେ ସର୍ଚ୍ଚ ଅପରେସନ୍ |

ତଥ୍ୟାନୁଯାୟୀ,ଗୁରୁବାର ଦିନ ପୁଞ୍ଚ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୪ଜଣ ଯାବାନ ସହିଦ ହୋଇଥିବା ବେଳେ , ୨ ଜଣ ଗୁରୁତର ଆହତ ହୋଇଛନ୍ତି | ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ | ତେବେ ଘଟଣାସ୍ଥଳରେ ଅତିରିକ୍ତ ଯବାନଙ୍କୁ ପଠାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି | କାରଣ ଏବେ ମଧ୍ୟ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଛି | ବର୍ତ୍ତମାନ ରାଜୌରୀରେ ଥାନାମଣ୍ଡିର ଡେରା ରାସ୍ତାରେ ୨୦ ଡିସେମ୍ବର ରାତିରୁ ସେନା ସର୍ଚ୍ଚ ଅପରେସନ ଜାରି ରଖିଛି |

ରିପୋର୍ଟ: ରାଇଜିଂ ଉତ୍କଳ

tags:  #risingutkal #risingutkal #jammu kashmir #internet service stop # search operation

Leave a Reply

Your email address will not be published. Required fields are marked *