ରାଜ୍ୟରେ ଡରାଇଲାଣି କରୋନା; ୨୪ ଘଣ୍ଟାରେ ୨ ସଂକ୍ରମିତ

Rising Utkal

ରାଜ୍ୟରେ ବଢିବାକୁ ଲାଗିଛି କରୋନା ସଂକ୍ରମଣ | ଗତ ୨୪ ଘଣ୍ଚାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ | ଏହା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି |

ସୂଚନାନୁସାରେ,ଗତକାଲି ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କ ନେଇ ସୂଚନା ଦିଆଯାଇଥିଲା | ତେବେ ତାଙ୍କର ସ୍ୱାସ୍ଥବସ୍ଥା ଠିକ୍ ରହିଛି ଏବଂ ସେ ହସ୍ପିଟାଲ ନଯାଇ ଘରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା | ତେବେ ଆଜି ଆଉ ଜଣେ କରୋନା ସଂକ୍ରମିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି | ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ହୋଇଛି | ତେବେ ଏ ନେଇ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏଥି ମଧ୍ୟରେ ରାଜ୍ୟରେ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ସନ ମୋଡକୁ ଆସିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ | କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି | ସାଧାରଣତଃ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି | ଏପରିକି ଜନଗହଳି ପୂର୍ଣ୍ଣ ସ୍ଥାନ ପରିଦର୍ଶନରୁ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି |

ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଅଧିକାଂଶ JN-1 ମାମଲା କେରଳରୁ ଆସିଛି ଏବଂ ସଂକ୍ରମିତ ବ୍ୟକ୍ତିମାନେ ପ୍ରାୟତଃ ବୃଦ୍ଧାବସ୍ଥାରେ ଅଛନ୍ତି | ସେ କହିଛନ୍ତି, “ଏହି କାରଣରୁ ବରିଷ୍ଠ ନାଗରିକ ଏବଂ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ଥିବା ବ୍ୟକ୍ତିମାନେ ସତର୍କ ହେବା ଆବଶ୍ୟକ |

ରିପୋର୍ଟ: ରାଇଜିଂ ଉତ୍କଳ

#RisingUtkal #risingutkal #Coronavirus #CoronaCasesesOdisha

Leave a Reply

Your email address will not be published. Required fields are marked *