“ଶିକ୍ଷାନୁଷ୍ଠାନର ବିକାଶ ହିଁ ସଭିଙ୍କୁ ଅନ୍ନ ଯୋଗାଇବ”: ଡା. ନାରାୟଣୀ ପଣ୍ଡା

ଏନ୍‌ଏସ୍‌ସିବି ମହାବିଦ୍ୟାଳୟ ‘ମୋ କଲେଜ’ ପାଣ୍ଠିକୁ ୧୫ ଲକ୍ଷ

ଏଯାଏଁ ଦେଲେଣି ୬୫ ଲକ୍ଷର ଅନୁଦାନ

ଭୁବନେଶ୍ୱର, ୧୨.୧୨.୨୦୨୩:
‘‘ମୁଁ ଜାଣିଛି, ସଂସାରରେ ଅନ୍ନଦାନ ଠାରୁ କୌଣସି ବଡ଼ ଦାନ ନାହିଁ । ଜଣେ ଅନ୍ନଦାତା ହିଁ ଅଭାବୀର ପ୍ରକୃତ ଦୁଃଖ ବୁଝିପାରେ ବୋଲି ମା’ ପିଲା ଦିନୁ ଶିଖାଇଛନ୍ତି । ତେବେ ଅନ୍ନ ପାଇବା ନିମନ୍ତେ ଯାହା ଦରକାର ତାହା ହେଉଛି ଶିକ୍ଷା । ଗୁଣାତ୍ମକ ଶିକ୍ଷା ବିନା ଜଣେ ସ୍ୱାବଲମ୍ବୀ ହେବା କଷ୍ଟକର । ଏଣୁ ଗୋଟିଏ ଶିକ୍ଷାନୁଷ୍ଠାନର ବିକାଶ ଦ୍ୱାରା ସହସ୍ରାଧିକଙ୍କୁ ସ୍ଥାୟୀ ଭାବେ ଅନ୍ନ ଯୋଗାଯାଇ ପାରିବ । ଏନେଇ ସମସ୍ତ ପୁରାତନ ବିଦ୍ୟାର୍ଥୀ ଆଗେଇ ଆସନ୍ତୁ । ‘ମୋ କଲେଜ’ ସହ ସାମିଲ ହୋଇ ନିଜ ସକ୍ଷମ ମୁତାବକ ନିଜ କଲେଜ ଓ ବିଶ୍ୱବିଦ୍ୟାଳୟର ବିକାଶ କରାନ୍ତୁ ।’’ ରାଜ୍ୟର ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ନାରାୟଣୀ ପଣ୍ଡା ନିକଟରେ ‘ମୋ କଲେଜ’ ପାଣ୍ଠିକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଆସବାବପତ୍ର କ୍ରୟ ତଥା ଭିତ୍ତିଭୂମି ବିକାଶ ନେଇ ଏହି ଅର୍ଥ ପ୍ରଦାନ ପରିପ୍ରେକ୍ଷୀରେ ସେ ଏପରି ମତ ପୋଷଣ କରିଛନ୍ତି ।

ଶିକ୍ଷାନୁଷ୍ଠାନର ବିକାଶ ନେଇ ଡା. ଣ୍ଡା ହାତ ଖୋଲି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ‘ମୋ କଲେଜ’ ଜରିଆରେ ସମୁଦାୟ ୬୫ ଲକ୍ଷର ଅନୁଦାନ ଦେଲେଣି । ବଡ଼ କଥା ହେଉଛି, ନିକଟରେ ଦେଇଥିବା ଅନୁଦାନ ନେଇ ସେ ନିଜର ଏକ ମୂଲ୍ୟବାନ ସମ୍ପତ୍ତି ବିକ୍ରି କରି ଦେଇଛନ୍ତି । ପୂର୍ବରୁ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ ଆଇଟି ସେଣ୍ଟର ସ୍ଥାନ ନେଇ ୩୦ ଲକ୍ଷ ୍ରଦାନ କରିଥିଲେ । ଅନୁରୂ ସରକାରୀ ମହିଳା ମହାବିଦ୍ୟାଳୟର ନବ ନିର୍ମିତ ବହୁମୁଖୀ ସମ୍ମେଳନ କକ୍ଷ ଓ ଭିତ୍ତିଭୂମିର ବିକାଶ ନେଇ ୨୦ ଲକ୍ଷର ଅନୁଦାନ ଦେଇଛନ୍ତି । ବିଭିନ୍ନ ମହାବିଦ୍ୟାଳୟର ସ୍ୱତନ୍ତ୍ର ‘କର୍ପସ’ ।ଣ୍ଠିକୁ ବି ଲକ୍ଷାଧିକ ଟଙ୍କା ଦେଇଛନ୍ତି । ତେବେ ଏନ୍‌ଏସ୍‌ସିବି ମହାବିଦ୍ୟାଳୟ ‘ମୋ କଲେଜ’ ପାଣ୍ଠିକୁ ୧୫ ଲକ୍ଷର ଅନୁଦାନ ପ୍ରଦାନ ସମୟରେ କଲେଜର ଅଧ୍ୟକ୍ଷ ଡ. ପ୍ରଦୀ କୁମାର ହରପାଲ, ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ସିକତା ପଣ୍ଡା ଉପସ୍ଥିତ ଥିଲେ । ନାରାୟଣୀଙ୍କ ବଦାନ୍ୟତାକୁ ପ୍ରଶଂସା କରିବା ସହ ଏହା ସଭିଙ୍କ ପାଇଁ ପ୍ରେରଣା ସାଜିବ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ପ୍ରଫେସର ଦୁଲ୍ଲଭ କୁମାର ସା, ଡ. ରଘୁମଣି ନାୟକ, ହରିହର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *