ନୂଆ ଭୋଟରଙ୍କୁ ଯୋଡ଼ିବା ନେଇ ବିଜେପି ଯୁବମୋର୍ଚ୍ଚା ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି | ଏନେଇ ବୁଧବାର ବାଲେଶ୍ଵର ଜିଲ୍ଲା ଜଳେଶ୍ୱରର ଦୀନକୃଷ୍ଣ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ପଞ୍ଜିକରଣ ଶିବିର ଆରମ୍ଭ ହୋଇଛି |

ଜଳେଶ୍ୱର ବିଜେପି ଯୁବମୋର୍ଚ୍ଚା ଦ୍ୱାରା ନୂତନ ଭୋଟର ପଞ୍ଜିକରଣ ଶିବିର ଆୟୋଜନ କରାଯାଇଥିଲା | ଯୁବକମାନେ ଦେଶ ଗଢ଼ିବା ନିମନ୍ତେ ନିଜର ମତ ଦାନର ଅଧିକାର ସାବ୍ୟସ୍ତ କରିବା ଜରୁରୀ l ଏଥି ନିମନ୍ତେ ଭାରତୀୟ ଜନତା ଯୁବମୋର୍ଚ୍ଚା, ଜଳେଶ୍ୱର ଦ୍ୱାରା ଉତ୍ତର ବାଲେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦୀନକୃଷ୍ଣ ମହାବିଦ୍ୟାଳୟଠାରେ ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ ଶିବିର ଆୟୋଜନ କରାଯାଇଛି | ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନୂତନ ଭୋଟର ତାଲିକାରେ ସାମିଲ କରାଯାଇଥିଲା |

ଉକ୍ତ କାର୍ଯ୍ୟକ୍ରମ ବିଜେପି ଯୁବନେତା ବିପ୍ଳବ ପ୍ରଧାନ, ସଂଜୀବ ସେନାପତି, ତନ୍ମୟ ଚାନ୍ଦ, ଦେବ ପାଠୀ, ରବୀନ୍ଦ୍ର ଜେନା, ରାଧାକୃଷ୍ଣ ସେନ, ଗଜେନ୍ଦ୍ର ଖମାରୀ ପ୍ରମୁଖ ପରିଚାଳନା କରିଥିଲେ | ବିଜେପି ନେତା ଫାଲ୍ଗୁନୀ ପାଣିଗ୍ରାହୀ, ସଂଗ୍ରାମ ପରିଡ଼ା, ଶଙ୍କର ମହାଳିକ, କମଳାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ନୂତନ ଭୋଟର ମାନଙ୍କୁ ପ୍ରୋତ୍ସାହନ କରିଥିଲେ | ତେବେ ବିଭିନ୍ନ ଅଞ୍ଚଳର ବୁଥ ଅଫିସରଙ୍କ ସହ ଯୋଗାଯୋଗ କରି ପଞ୍ଜିକୃତ ଭୋଟରମାନଙ୍କୁ ତୁରନ୍ତ ଭୋଟର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଅଞ୍ଚଳର ଯୁବ ମୋର୍ଚ୍ଚା ପ୍ରକାଶ କରାଯାଇଛି |
ରିପୋର୍ଟ: ରାଇଜିଂ ଉତ୍କଳ

