ସାଧାରଣତଃ, ଟେକ୍ଟୋନିକ ପ୍ଲେଟର ଚଳନ ଯୋଗୁ ପୃଥିବୀପୃଷ୍ଠରେ ଭୂକମ୍ପ ହୋଇଥାଏ ବୋଲି ବୈଜ୍ଞାନିକଙ୍କ ମତ ରହିଛି | ସମାନ ଭାବେ ମଙ୍ଗଳ ଗ୍ରହରେ ମଧ୍ୟ ଏକ କଠିନ ପ୍ଲେଟ ରହିଛି। ଯାହାର ଚଳନ ଯୋଗୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେଉଛି। ସୂଚନାଯୋଗ୍ୟ, ମେ ୪ରେ ମଙ୍ଗଳ ଗ୍ରହର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଅଲ-କହିରା ୱାଲିସ ଅଞ୍ଚଳରେ ୪.୭ତୀବ୍ରତାର ଭୂକମ୍ପ ହୋଇଥିଲା। ଇନସାଇଟର ଅବସ୍ଥାନ ଠାରୁ ଏହା ପ୍ରାୟ ୧୨୦୦ମାଇଲ ଉତ୍ତରରେ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ପୃଥିବୀରେ ଅନୁଭୂତ ହେଉଥିବା ଭୂକମ୍ପ ଠାରୁ କେଇଗୁଣା ଅଧିକ ଥିଲା । ଏହା ଏତେ ଶକ୍ତିଶାଳୀ ଥିଲା ଯେ, ସମାନ ତୀବ୍ରତାରେ ପୃଥିବୀରେ ଭୂକମ୍ପ ହୋଇଥିଲେ ବଡ଼ ବଡ଼ ମହଲ ଭୁଶୁଡି ପଡ଼ିଥାନ୍ତା | ଏଥିସହ ପ୍ରାୟ ସମସ୍ତ ଘରର ଝରକା ଭାଙ୍ଗି ଯାଇଥାନ୍ତା ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି |

ଅନୁରୂପ, ଭାରତର ଚନ୍ଦ୍ର ମିଶନ “ଚନ୍ଦ୍ରାୟାନ-୩”ର ମିଶନ ସମୟରେ ଚନ୍ଦ୍ରପୃଷ୍ଠରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ମଙ୍ଗଳ ଗ୍ରହରେ ହୋଇଥିବା ଏହି ଭୁକମ୍ପ ବେଶ ତୀବ୍ର ଥିବା ସ୍ପେସ ଏଜେନ୍ସି ନାସାର ଇନସାଇଟ ଲ୍ୟାଣ୍ଡର ଦେଇଛି | ଗତ ୪ବର୍ଷ ମଧ୍ୟରେ ନାସାର ଇନସାଇଟ ଲ୍ୟାଣ୍ଡର ଦ୍ୱାରା ମଙ୍ଗଳପୃଷ୍ଠରେ ୧୩୧୯ ଭୂକମ୍ପ ଚିହ୍ନଟ ହୋଇଥିବା ସୂଚନା ରହିଛି | ଅନ୍ୟପକ୍ଷରେ, ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ପତ୍ରିକାରେ ପ୍ରକାଶିତ ତଥ୍ୟରେ ଉଲ୍କାପିଣ୍ଡ ଯୋଗୁ ଲାଲ୍ ଗ୍ରହ ମଙ୍ଗଳରେ ଭୂକମ୍ପ ହୋଇଥିବା ଅନୁମାନ କରାଯାଉଛି।

ଉପସ୍ଥାପନା: ରାଇଜିଂ ଉତ୍କଳ

