OPHWC ସରକାରୀ ପଦ ଖାଲି; ଗ୍ରାଜୁଏସନ୍ କରିଥିଲେ ୬୩ ହଜାର ଦରମା

ରାଇଜିଂ ଉତ୍କଳ

OPHWC ରେ ସରକାରୀ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି | ଜୁନିଅର ଆସିଷ୍ଟାଣ୍ଟ ପୋଷ୍ଟଗୁଡିକରେ ଥିବା ଖାଲି ପଦବୀ ପୂରଣ ନେଇ ଅନଲାଇନ ମୋଡରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି |

ରାଜ୍ୟ ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ ଲିମିଟେଡ (OPHWC) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି | ଜୁନିଅର ଆସିଷ୍ଟାଣ୍ଟ ପୋଷ୍ଟଗୁଡିକରେ ଥିବା ଖାଲି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି | ଏନେଇ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPHWCର ଅଫିସିଆଲ୍ ୱେବ୍‌ସାଇଟ୍‌ https://ophwc.nic.in/ କୁ ଯାଇ ଅନଲାଇନ ଆବେଦନ କରିପାରିବେ | ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ OPHWC Junior Assistant Recruitment 2024 Notificationରେ କ୍ଲିକ୍ କରି ଦେଖିପାରିବେ |

ଏନେଇ ୨୩ ଡିସେମ୍ବର ୨୦୨୩ରୁ ଅନଲାଇନ ଆବେଦନ ଆରମ୍ଭ ହୋଇଥିବା ବେଳେ ୧୨ ଜାନୁଆରୀ ୨୦୨୪ ରେ ଆବେଦନ ସରୁଛି | ସର୍ବମୋଟ୍ ୧୩ ଗୋଟି ପଦ ନେଇ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ UR, SEBC, SC ଓ ST ନେଇ ଯଥାକ୍ରମେ ୬ ଗୋଟି, ୨ଗୋଟି, ୨ ଗୋଟି ଏବଂ ୩ ଗୋଟି ଲେଖାଏଁ ଖାଲି ପଦ ରହିଛି | ବଡ଼ କଥା ହେଉଛି, ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ପାଇଥିଲେ ଏନେଇ ପ୍ରାର୍ଥୀ ଆବେଦନ କରିପାରିବେ | ସବିଶେଷ ତଥ୍ୟ ନେଇ ବିଭାଗର ଉପରୋକ୍ତ ଅଫିସିଆଲ ଲିଙ୍କରେ କ୍ଲିକ କରନ୍ତୁ |

ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #risingutkal #OPHWC #GovernmentVacancies #GovernmentJobs

Leave a Reply

Your email address will not be published. Required fields are marked *