
ଭୁବନେଶ୍ୱର,୨୬।୧୦: ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ (ଓଏସଏସଏସସି)ରେ ସମୁଦାୟ ୨୭୧୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି | ଏନେଇ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି | ଫରେଷ୍ଟର, ଫରେଷ୍ଟଗାର୍ଡ, ଲାଇଭଷ୍ଟକ ଇନ୍ସପେକ୍ଟର ଆଦି ପାଇଁ ଆବେଦନ ଚାଲିଛି | ତେବେ ଆଶାୟୀ ପ୍ରାର୍ଥୀମାନେ ‘ଓଏସଏସଏସସି’ ଅଫିସିଆଲ ୱେବ୍ସାଇଟ www.ossc.gov.in ରେ ଆବେଦନ କରିପାରିବେ | ଆବଶ୍ୟକୀୟ ନିୟମାବଳୀ ବାବଦରେ ମଧ୍ୟ ଏଠାରେ ସମସ୍ତ ତଥ୍ୟ ପାଇପାରିବେ |

ପ୍ରକାଶ ଥାଉକି, ଚଳିତ ଥର ସମୁଦାୟ ୨୭୧୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି | ଏହା ମଧ୍ୟରେ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭଷ୍ଟକ ଇନ୍ସପେକ୍ଟର ପାଇଁ ଯଥାକ୍ରମେ ୩୧୬, ୧୬୭୮୭, ୭୧୯ ଟି ଲେଖାଏଁ ପଦ ଖାଲି ରହିଛି | ୨୦ ନଭେମ୍ବର ଆବେଦନର ଶେଷ ତାରିଖ ରହିଛି | ତେବେ ଯେଉଁ ପ୍ରାର୍ଥୀମାନେ ଲିଖିତ ପରୀକ୍ଷାରେ ଉତୀର୍ଣ୍ଣ ହେବେ, ସେମାନଙ୍କର ଶାରୀରିକ ପରୀକ୍ଷା ଜିଲ୍ଲା ମୁଖ୍ୟାଳୟରେ ହେବ | ଏନେଇ ଆବେଦନ ନେଇ କୌଣସି ଫି’ ଦେବାକୁ ପଡ଼ିବ ନାହିଁ | ଅନ୍ୟପକ୍ଷରେ ଫେବୃଆରୀ ମାସରେ ଏହି ପରୀକ୍ଷା ହୋଇପାରେ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି |
ରିପୋର୍ଟ: ରାଇଜିଂ ଉତ୍କଳ

