ଗୋଲାପି ପ୍ରେମ

ପ୍ରେମର ରଂଗ ଗୋଲାପି
ଆଉ ପ୍ରେମ ଫୁଲ ଗୋଲାପ ବୋଲି
ଜାଣିଥିଲି
ହେଲେ ତୁମେ ଯେ ଗୋଲାପ ଠୁ କୋମଳ
ଆଉ ଗୋଲାପି ଠୁ ଗାଢ଼ ପ୍ରେମ କରିବ
କେବେ ଭାବି ନଥିଲି ||

ଏଇ ଭାବିବା ନ ଭାବିବା
ଏଇ କହିବା ନ କହିବା
ଏଇ ଚାହିଁବା ନ ଚାହିଁବା
ଆଉ ପାଇବା ନ ପାଇବା ଭିତରେ
ସବୁକିଛି ଖାଲି ମୋର ମୋର ଲାଗେ ||

କାହିଁକି ଏମିତି ଲାଗେ
କ’ଣ ପାଇଁ ଲାଗେ
ଏ ପ୍ରଶ୍ନ କରିବନି
ତୁମେ ତ ନିଜେ ଉତ୍ତରରେ କହିଥିଲ
ପ୍ରେମରେ କାରଣ ବୋଲି କିଛି ନ ଥାଏ ||

କବିତା: ମଧୁସ୍ମିତା ମିଶ୍ର (ନବ ପ୍ରତିଭା)

Leave a Reply

Your email address will not be published. Required fields are marked *