ଉପନ୍ୟାସ ‘ବେହୟା’

behaya

 

–  ଶୁଭଙ୍କର ଜେନା , ସାମ୍ୱାଦିକ 

‘ବେହୟା’। ବିନିକା ଆସ୍ଥାନଙ୍କ ଏକ ପ୍ରଶଂସନୀୟ ପ୍ରୟାସ। ଉପନ୍ୟାସ ‘ବେହୟା’ ନାଁରୁ ହିଁ ଜଣାପଡ଼ୁଛି ଯେ ଏହା ଜଣେ ମହିଳାଙ୍କ ଜୀବନର ଅନ୍ଧାର କାହାଣୀ। ବେହୟା ଉପନ୍ୟାସରେ ଜଣେ ଆଧୁନିକ ଓ ଶିକ୍ଷିତା ସାମ୍ୱାଦିକାଙ୍କ ସଂଘର୍ଷମୟ କାହାଣୀ ରହିଛି। କାହାଣୀ ଟି ସମ୍ପୂର୍ଣ୍ଣ ସତ୍ୟ ଉପରେ ଆଧାରିତ। ଲେଖିକା ବିନିକା ମଧ୍ୟ ଜଣେ ସାମ୍ୱାଦିକା। ସେ ତାଙ୍କର ସହଯୋଗୀଙ୍କ କାହାଣୀକୁ ନେଇ ଉପନ୍ୟାସ ଲେଖିଛନ୍ତି। ଉପନ୍ୟାସ ‘ବେହୟା’ ରେ ମହିଳାଙ୍କ ଛଦ୍ମ ନାଁ ରହିଛି ସିୟା। ଯିଏ କି ନିଜ ଦମରେ ପରିଚୟ ସୃଷ୍ଟି କରିବା ସହ ଘର ପରିବାର ଓ ଦାୟିତ୍ୱକୁ କେଉଁଭଳି ଭାବେ ସମ୍ଭାଳିଛନ୍ତି ଏବଂ ଏହା ଭିତରେ ପତିଙ୍କ ନିର୍ଯ୍ୟାତନା କେତେ କ୍ରୁର ଥିଲା ତାହା ବର୍ଣ୍ଣନା ହୋଇଛି।

ବେହୟା ଉପନ୍ୟାସର କାହାଣୀରେ ତିନି ଜଣ ମୁଖ୍ୟ ଚରିତ୍ରରେ ରହିଛନ୍ତି। ସେମାନେ ହେଲେ ସିୟା ଓ ତାଙ୍କ ପତି ଯଶ୍ ଏବଂ ଅଭିଜ୍ଞାନ। ସିୟା ତାଙ୍କ କ୍ୟାରିୟରରେ ସଫଳ ହେବା ବ୍ୟତୀତ, ଜଣେ ଅତି ସମ୍ବେଦନଶୀଳ ମହିଳା। ସିୟା ଓ ଯଶ ଦୁଇ ଜଣ ପ୍ରେମ ବିବାହ କରିଥିଲେ। ଯଶ ଜଣେ ଧନୀ ବ୍ୟବସାୟୀ ଯିଏ ସିୟାଙ୍କ ଚରିତ୍ର ଉପରେ ସନ୍ଦେହ କରନ୍ତି ଏବଂ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଅନ୍ତି। ସେ ତାଙ୍କ ଅଧୀନରେ ପତ୍ନୀ ସିୟାଙ୍କୁ ରଖିବାକୁ ଚାହାଁନ୍ତି। କାରଣ ସିୟା ଜଣେ ସାମ୍ୱିଦାକି ହୋଇଥିବାରୁ ତାଙ୍କର ଲୋକସମ୍ପର୍କ ଅଧିକ ରହିଛି। ଏଥିପାଇଁ ସିୟାଙ୍କୁ ସନ୍ଦେହଜନକ ଆଖିରେ ତାଙ୍କ ଚରିତ୍ରକୁ ଦେଖି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଅନ୍ତି। ଏହାସହ ସିୟା ତାଙ୍କ ପରିବାର ଏବଂ ସମାଜର ଚାପରେ ଆସନ୍ତି ଏବଂ ତାଙ୍କ ବିବାହକୁ ବଞ୍ଚାଇବା ପାଇଁ ସମସ୍ତ ଅତ୍ୟାଚାର ସହ୍ୟ କରନ୍ତି। ଜଣେ ସଶକ୍ତ ସାମ୍ୱାଦିକା ମହିଳା ହୋଇଥିଲେ ମଧ୍ୟ ସେ ଯଶଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ।

ପତି ଯଶଙ୍କ ନିର୍ଯ୍ୟାତନା ଥିଲା ଅତ୍ୟନ୍ତ ଭୟାନକ ଓ ବର୍ବର। ସିୟା ଉପରେ ଥିବା ସବୁ ରାଗ ଯୌନକ୍ରିୟା କରିବା ସମୟରେ ହିଁ ସୁଝାଉଥିଲେ ପତି ଯଶ। ଯାହାକୁ ବର୍ଣ୍ଣନା କରିବାକୁ ଲଜ୍ୟା ଲାଗୁଥିଲେ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ଏହାକୁ ପ୍ରକାଶ କରିବାକୁ ଯୋଗ୍ୟ ମନେ କରୁଛି। ଉପନ୍ୟାସରେ ରହିଛି ଯେ, ଯୌନକ୍ରିୟା ସମୟରେ ସିୟାଙ୍କ ପ୍ରାଇଭେଟ ପାର୍ଟରେ ପତି ଯଶ ସିଗାରେଟ ଚେଙ୍କ ଦେଉଥିଲେ। ଏମିତିକି ସେକ୍ସ କରିବା ସମୟରେ ତାଙ୍କ ପ୍ରାଇଭେଟ ପାର୍ଟରେ ସ୍ପାଇସି ଢ଼ାଳିଥିଲେ ପତି ଯଶ୍। ଅତ୍ୟନ୍ତ ଆକ୍ରାମକ ସେକ୍ସର ଶିକାର ହୋଇଥିଲେ ସିୟା। ତେବେ ଏହାକୁ ନେଇ ସିୟା ଯେତେବେଳେ ତାଙ୍କ ମା’ଙ୍କୁ କହିଥିଲେ, ମା’ ମଧ୍ୟ କହିଥିଲେ ଯେ ସହିଯା ଝିଅ। କାହାଣୀ ମଝିରେ ଲେଖିକା ଲେଖିଛନ୍ତି, ‘ପ୍ରେମ ସବୁବେଳେ ଚମତ୍କାର ସମୟରେ ନିଆରା ଅନୁଭବରୁ ଆରମ୍ଭ ହୋଇ ବିଛଣାରେ ଶେଷ ହୋଇଥିାଏ।’

ଶେଷରେ ଅଭିଜ୍ଞାନ ନାମକ ଜଣେ ପ୍ରଶିକ୍ଷକଙ୍କ ସହ ସିୟାଙ୍କର ଭେଟ ହୁଏ। ଏହିଠାରୁ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। କାହାଣୀର ମୁଖ୍ୟ ଆକର୍ଷଣ ହେଉଛି ଅଭିଜ୍ଞାନ ଏବଂ ସିୟାଙ୍କ ମଧ୍ୟରେ ଥିବା ସଂଳାପ, ଏଥିରେ କେବଳ ସମସ୍ୟା ନୁହେଁ ସରଳ ଭାଷାରେ ସେମାନଙ୍କର ସମାଧାନ ବିଷୟରେ ମଧ୍ୟ ବର୍ଣ୍ଣନା ହୋଇଛି। ଶାରୀରିକ ସମ୍ପର୍କ ବିନା ନିସ୍ୱାର୍ଥ ପ୍ରେମ, ଯାହାକୁ ଲେଖକ ‘ପ୍ଲାଟୋନିକ୍’ ପ୍ରେମ ବୋଲି କହିଛନ୍ତି। ତାହା ହେଉଛି ଏକ ପବିତ୍ର ଏବଂ ହୃଦୟସ୍ପର୍ଶୀ ସମ୍ପର୍କ। ଯେଉଁଥିରେ ଶାରୀରିକ ସମ୍ପର୍କ ବହୁ ପଛରେ ରହିଥାଏ ଏବଂ ପ୍ରେମ ଆତ୍ମାର ସର୍ବୋଚ୍ଚ ସ୍ତରରେ ଅତ୍ୟନ୍ତ ପ୍ରଗାଢ଼ ହୋଇଥାଏ। ଉପନ୍ୟାସଟି ବହୁମୁଖୀ ଏବଂ ଆକର୍ଷଣୀୟ ଓ ପାଠକଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ।

Leave a Reply

Your email address will not be published. Required fields are marked *