ହସିବ ଦୁନିଆ, ହଟିବ ଏଡ଼ସ || ଏଫଏମ କଲେଜ ୟଥ ରେଡ଼କ୍ରସର ଅଭିନବ ଅଭିଯାନ

ରେଡ ରିବନ କ୍ଳବ ଉଦଘାଟିତ

ଫକୀର ମୋହନ ମହାବିଦ୍ୟାଳୟରେ ଏଡ଼ସ ସଚେତନତା ଆଧାରିତ ବିଭିନ୍ନ ପ୍ରତିଯୋଗିତା ହେବା ସହ ସଚେତନତା ଶୋଭାଯାତ୍ରା ଯୁବ ରେଡକ୍ରସ ଦ୍ଵାରା ଆୟୋଜିତ ହୋଇଯାଇଛି | ରେଡ ରିବନ କ୍ଳବ ଉଦଘାଟିତ ହେବା ସହ ସଭା ଜରିଆରେ ଛାତ୍ରଛାତ୍ରୀଙ୍କୁ ଏଡ଼ସ ବିଷୟ ରେ ସଚେତନ କରାଯାଇଛି |

କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ଉପସ୍ଥିତ ରହି ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିଥିବା ବେଳେ ଯୁବ ରେଡକ୍ରସର ମୁଖ୍ୟ ଡ. ଅଞ୍ଜନା ବେହେରା ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ | ଏଥିସହ ରେଡକ୍ରଡ ସ୍ବେଚ୍ଛାସେବୀମାନେ ଆଗାମୀ ଦିନରେ ସମାଜକୁ କିଭଳି ସଚେତନ କରାଇବେ ସେ ବିଷୟରେ ମତ ପୋଷଣ କରିଥିଲେ | ଅନୁରୂପ ଇତିହାସ ବିଭାଗର ଅଧ୍ୟାପକ ସୁଜିତ୍ କୁମାର ଦାସ ଏଡ଼ସ ଉତ୍ପତ୍ତିକୁ ନେଇ ଐତିହାସିକ ଘଟଣାବଳୀ କହିବା ସହ ଏହାର ନିରାକରଣ ପାଇଁ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ | ଜୀବ ବିଜ୍ଞାନ ଅଧ୍ୟାପକ ବିନୀତ କୁମାର ପାଢ଼ୀ ଓ ଅଧ୍ୟାପିକା ଅନୁପମା ବେହେରା ଏଡ଼ସର ବୈଜ୍ଞାନିକ କାରଣ ଓ ନିରାକରଣ ନେଇ ତଥ୍ୟ ରଖିଥିଲେ | ରେଡକ୍ରସର କାଉନସେଲର ଶ୍ରୀ ପ୍ରଦୀପ କୁମାର ଗଂଗେଇ ଓ ରାଜେଶ୍ କୁମାର ଦେ ଆଗାମୀ ଦିନରେ ରେଡକ୍ରସ ଏଡ଼ସ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବ ବୋଲି ମତ ରଖିଥିଲେ |

­

ଯୁବ ସଚେତନତା ଓ ଏଡ଼ସ ବିଷୟ ଆଧାରିତ ବକ୍ତୃତା, ପ୍ରବନ୍ଧ, କୁଇଜ ଆଦି ପ୍ରତିଯୋଗିତାର କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କୃଟତ କରାଯାଇଥିଲା | ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ପିତାମ୍ବର ବେହେରା, ବନିତା ମାଝୀ, ମିତାଲି ରାଉତରାୟ ପ୍ରମୁଖ ପ୍ରତିଯୋଗିତାମାନ ପରିଚାଳନା କରିଥିଲେ | ପୁରସ୍କାର ବିତରଣ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ | ବକ୍ତୃତାରେ ଆଶୁତୋଷ ପତି, କୁଇଜରେ ସ୍ଵାତୀ ସଞ୍ଜନା ସାମଲ ଓ ପ୍ରବନ୍ଧରେ ରଶ୍ମୀରେଖା ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ | କାର୍ଯକ୍ରମର ସଂଯୋଜକ ତଥା ଇଂରାଜୀ ଅଧ୍ୟାପକ ଲକ୍ଷ୍ମୀନାରାୟଣ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ | ଆଗାମୀ ଦିନରେ ଫକୀର ମୋହନ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ଓ ରେଡ ରିବନ କ୍ଳବ ପକ୍ଷରୁ ଏଡ଼ସ ସମ୍ବନ୍ଧିତ ସଚେତନତାକୁ ସମାଜର ବୃହତ୍ତର ସ୍ୱାର୍ଥ ପାଇଁ ବ୍ୟାପକ କରାଯିବ ବୋଲି ଶ୍ରୀ ନାୟକ ମତ ରଖିଥିଲେ |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *