
ବାଲେଶ୍ୱର: ବାଲେଶ୍ଵରର ପ୍ରମୁଖ ଫକୀର ମୋହନ କଲେଜ ପୁରାତନ ବିଦ୍ୟାର୍ଥୀଙ୍କ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଆୟୋଜିତ ବନ୍ଧୁ ମିଳନ କଲେଜର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମହାବିଦ୍ୟାଳୟର ୧୯୮୪-୧୯୮୯ ବ୍ୟାଚର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ପୁରୁଣା ଦିନର ସ୍ମୃତି ସାଉଁଟିଛନ୍ତି | ମଉଜ ମଜଲିସ କରିବା ସହ କଲେଜର ବିକାଶ ବାବଦରେ ଆଲୋଚନା ହୋଇଛି |

ଚଳିତ ଥର ଏହି ବ୍ୟାଚର ୧୦ମ ବନ୍ଧୁମିଳନ ଆୟୋଜିତ ହୋଇଥିବା ବେଳେ ଆଗକୁ ମଧ୍ୟ ସମ୍ପର୍କ ଅଭିଯାନ ଜାରି ରଖିବାକୁ କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି | କାର୍ଯ୍ୟକ୍ରମ ଅବସରରେ ବ୍ୟାଚର ରଘୁନାଥ ଲେଙ୍କା, ଗଣେଶ ରାଉତ, ସୀତାରାମ ପାଣି, ନରେନ୍ଦ୍ର ଅଗସ୍ତି, ସଂଯୟ ଶତପଥି, ମନୋରଞ୍ଜନ ପଣ୍ଡା, ଦିଲ୍ଲୀପ ରଥ, ବିଜୟ କର, ପ୍ରକାଶ ଜେନା, ସତ୍ୟ ସେଠୀ, ଅଶୋକ ପଟନାୟକ, ପ୍ରଭାତ ମହାରଣା ପ୍ରମୁଖ ଉପସ୍ଥିତ ରହି ମତ ରଖିଥିଲେ | ଅନୁରୂପ ଅମରବଲ୍ଲଭ ନନ୍ଦ, ଜୟନ୍ତ ପ୍ରଧାନ, ସନାତନ ବିଶ୍ୱାଳ, ସତ୍ୟ ଦେ, ଅଞ୍ଜନ ଦାସ, ବଂଶୀ ମହାନ୍ତି, ପ୍ରବୋଧ ଶତପଥୀ, ଇନ୍ଦ୍ରଜିତ ଦାସ, ସତ୍ୟ ଦାସ, ଜୟଦ୍ରଥ ମିଶ୍ର, ଦିଲ୍ଲୀପ ବିଶ୍ୱାଳ, ବୀରେନ୍ଦ୍ର ସେନାପତି, କାନ୍ତିଲାଲ ନାୟକ, ପିତାମ୍ବର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ |

