ଓଡ଼ିଆ ଝିଅଙ୍କୁ ”ମହିଳା ଆଚିଭମେଣ୍ଟ ଆୱାର୍ଡ଼”; ପୁଷ୍ଟି ବିଶେଷଜ୍ଞ ଭାବେ ବିଶେଷ ଅବଦାନ ନେଇ ପୁରସ୍କାର

ରାଇଜିଂ ଉତ୍କଳ

ଓଡ଼ିଆ ଝିଅ ତଥା ଜଣାଶୁଣା ପୁଷ୍ଟି ବିଶେଷଜ୍ଞ ଶ୍ରୀମତୀ ସବିତା ମହାଳିକଙ୍କୁ ସମ୍ମାନଜନକ “ମହିଳା ଆଚିଭମେଣ୍ଟ ଆୱାର୍ଡ଼” ମିଳିଛି | ରାଜ୍ୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରର ବ୍ୟକ୍ତିବିଶେଷ ତଥା ମହିଳାଙ୍କୁ ପୁଷ୍ଟି ଓ ସ୍ୱାସ୍ଥ୍ୟ ସଚେତନତା କରାଇବା ନେଇ ତାଙ୍କୁ ଏହି ଆୱାର୍ଡ଼ ମିଳିଛି | “ୟଥ କ୍ଲବ (ସେବା ଓ ସମର୍ପଣ)” ଆନୁକଲ୍ୟରେ ରବିବାର ଧନବାଦର ବିସିସିଏଲ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଶିଷ୍ଟ ରାଜନେତ୍ରୀ ତଥା ବିଜେପି ଷ୍ଟେଟ ପ୍ରେସିଡେଣ୍ଟ ସାର୍ଦ୍ଦା ସିଂଙ୍କ ଉପସ୍ଥିତିରେ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି |

ପ୍ରକାଶ ଥାଉକି, ଶ୍ରୀମତୀ ମହାଳିକ ହେଉଛନ୍ତି ଭଦ୍ରକ ବାସୁଦେବପୁର ବାସିନ୍ଦା ଡ. ନିରୋଜ କୁମାର ମହାଳିକଙ୍କ ପତ୍ନୀ ତଥା ରବୀନ୍ଦ୍ର ନାଥ ମଲ୍ଲିକଙ୍କ ଝିଅ | “ଚିନିକମ୍” ସଂସ୍ଥାର ପ୍ରତିଷ୍ଠାତା ଭାବେ ମଧ୍ୟ ପରିଚିତ | ଏନେଇ ଶ୍ରୀମତୀ ମହାଳିକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି | ତେବେ ସଫଳତା ନେଇ ସେ ପରିବାର ବର୍ଗ, ସହକର୍ମୀ, ସମ୍ପୃକ୍ତ ସଂଗଠନ ଓ ସମସ୍ତ ଶୁଭାକାଂକ୍ଷୀଙ୍କୁ କୃତଜ୍ଞତା ଜଣାଇଛନ୍ତି |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *