ରାଇଜିଂ ଉତ୍କଳ
ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ “ଶିକ୍ଷକ ଶିକ୍ଷା ବିଭାଗ ଦ୍ଵାରା ଏକ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ” ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରଦର୍ଶନୀକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷ, ମୁଖ୍ୟ ଅତିଥି ପ୍ରଫେସର ସଞ୍ଜୟ କୁମାର ଦେ, ସମ୍ମାନିତ ଅତିଥି ଡ. ଜୟଶ୍ରୀ ମିଶ୍ର ମିଳିତ ଭାବେ ଉଦଘାଟନ କରିଥିଲେ | ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ. ସମୀର କୁମାର ସାହୁ ଏବଂ କାର୍ଯ୍ୟକ୍ରମ ସଂଯୋଜିକା ବେବିରାଣୀ ସି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଅଧ୍ୟାପକ ଡ. ପୂର୍ଣ୍ଣପ୍ରଭା ମନ୍ତ୍ରୀ, ସୁଚିଶ୍ମିତା ଦାସ, ପ୍ରଶାନ୍ତ ଘଡେଇ, ଜ୍ୟୋତିରଂଜନ ଦାସ, ପ୍ରମୋଦ କୁମାର ଦାସ, ରବୀନ୍ଦ୍ର ସିଂ ଏବଂ ଲକ୍ଷ୍ମୀପ୍ରିୟା ମହାନ୍ତି ସହଯୋଗ କରିଥିଲେ |

ଭାଷା, ସାମାଜିକ ବିଜ୍ଞାନ, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତ ଭିଭାଗର ଚତୁର୍ଥ ବର୍ଷର ଗୁରୁ ଛାତ୍ରଛାତ୍ରୀ ମାନେ ସମୁଦାୟ ୯୬ ଟି ସର୍ବୋତ୍କୃଷ୍ଟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ | ବାଲେଶ୍ଵର ସଦରର ବିଭିନ୍ନ ବିଦ୍ୟାଳୟରୁ ୧୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀ ପରିଦର୍ଶନ କରି ଜ୍ଞାନ ନିର୍ମାଣ କରିଥିଲେ | ବାଲେଶ୍ଵର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ କୁମାର ପ୍ରଧାନ, ବର୍ଷା ବର୍ଣ୍ଣାଳୀ ପାତ୍ର, ଡ. ନିବେଦିତା ଦାସ ଏବଂ ଶ୍ରୀମତୀ ସବିତା ଶୋଭା ପ୍ରଧାନଙ୍କ ଦ୍ଵାରା ମୂଲ୍ୟାୟନ କରାଯାଇଥିଲା | ଶିକ୍ଷକ ଶିକ୍ଷା ବିଭାଗର ଅଣଶିକ୍ଷା କର୍ମଚାରୀ ଏବଂ ପ୍ରଥମ ଓ ଦ୍ବିତୀୟ ବର୍ଷର ବିଦ୍ୟାର୍ଥୀ ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

