“ନୂଆ-ଓ” ସାହିତ୍ୟ ପ୍ରତିଯୋଗିତା, ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

ରାଇଜିଂ ଉତ୍କଳ

ଫକୀରମୋହନ ଉଚ୍ଚ ମାଧ୍ୟମିକ ଆନୁକୂଲ୍ୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଆୟୋଜିତ ହୋଇଯାଇଛି | “ନୂଆ-ଓ” ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ପୌରହିତ୍ୟ କରିଥିଲେ | ଆଲୋଚନା ଚକ୍ର ଅବସରରେ ଅତିଥି ଭାବେ ଶିକ୍ଷାବିତ ଡ. ହରିଶ୍ଚନ୍ଦ୍ର ବେହେରା, ସଞ୍ଜୟ କୁମାର ପଣ୍ଡା, ବାଗୀଶ୍ଵର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ | ଉଦ୍‌ଯାପନୀ ପର୍ବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରଜିତ କର, ଏଫଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଭାଗବତ ଭୂୟାଁ, ନୋଡାଲ ଅଧିକାରୀ ଡ. ବୈଶାଲିନୀ ପଣ୍ଡା  ଅଭିଭାଷଣ ରଖିଥିଲେ |

ପାଞ୍ଚ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା | କୃତି ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା | ଅଧ୍ୟାପକ ଲକ୍ଷ୍ମୀନାରାୟଣ ନାୟକ ମଞ୍ଚ ଆହ୍ଵାନ କରିଥିବା ବେଳେ ନୋଡାଲ ଅଫିସର ଡ. ପଣ୍ଡା ମଞ୍ଚ ପରିଚାଳନା କରିଥିଲେ | ଅଧ୍ୟାପକ ପିତାମ୍ବର ବେହେରା ଅତିଥି ପରିଚୟ ଓ ଅଧ୍ୟାପିକା ଜୟଶ୍ରୀ ଗାହାଣ ଧନ୍ୟବାଦ ଦେଇଥିଲେ | ଅଧ୍ୟାପକ କୁଞ୍ଜ ବିହାରୀ ମହାନ୍ତି, ଅଧ୍ୟାପିକା ଶାଶ୍ଵତୀ ଦାସ ମହାପାତ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ | ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଡ. ଅଞ୍ଜନା ବେହେରା, ଡ. ସୋନାଲିସା ମହାନ୍ତି, ମିତାଲି ରାଉତ ରାୟ, ବନିତା ମାଝୀ, ଶୁଭଶ୍ରୀ ସ୍ୱାଇଁ, ଅଙ୍କିତା ମହାନ୍ତି, କବିତା ପ୍ରଧାନ, ପ୍ରିୟଙ୍କା ପତି, ପ୍ରଦୀପ କୁମାର ଗଙ୍ଗେଇ, ସୁଜିତ୍ କୁମାର ଦାସ, ଶୁଭମ୍ କୁମାର ଦାସ, ବିନୀତ କୁମାର ପାଢ଼ୀ, ମନୋରଞ୍ଜନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *