ରାଇଜିଂ ଉତ୍କଳ
ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଠାରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସପ୍ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ତଥା ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ପୌରୋହିତ୍ୟ କରିଥିଲେ | କାର୍ଯ୍ୟକ୍ରମର ଉଦ୍ଘାଟକ ଭାବେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀ, ସମ୍ମାନୀତ ଅତିଥି ରୂପେ ସୁସାହିତ୍ୟିକ ତଥା ଶ୍ରମିକ ନେତା ମାୟାଧର ନାୟକ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ | ଥିଲେ ଦିଅ ନ ଥିଲେ ନିଅ’, ‘ବଡ଼ ଦିନ ବଡ଼ ସ୍ୱପ୍ନ’, ‘ଚାଲ ଖୁସି ବାଣ୍ଟିବା’, ‘ତାରେ ଜମିନ୍ ପର’, ‘ଗିଫ୍ଟ ଏ ପ୍ଲାଣ୍ଟ୍’, ‘ପ୍ଲାଣ୍ଟ୍ ଏ ଟ୍ରି ଚ୍ୟାଲେଞ୍ଜ’, ‘ସ୍ୱାସ୍ଥ୍ୟ ଶିବିର’, ‘ସିଡବଲ୍’ ଆଦି ‘ଉଡ୍ର’ର ପ୍ରମୁଖ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଗାମୀ ଦିନରେ ଅନୁଷ୍ଠାନ ଅଧିକ ଜନ ହିତକର କାର୍ଯ୍ୟଧାରା ହାତକୁ ନେଉ ବୋଲି ମତ ରଖିଥିଲେ |

ଏହି ଅବସରରେ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ‘କ୍ଲବ ଦି ୟୁଥ ମାସ’, ‘ଆମେ ବିପଦର ସାଥି’, ‘ସ୍ମାଇଲ୍ ଫାଉଣ୍ଡେସନ’, ‘ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ’ ଏବଂ ‘ପ୍ରଦୀପ ସେବା ଟ୍ରଷ୍ଟ’କୁ ‘ଉଡ୍ର’ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା| ସେହିପରି ବିଭିନ୍ନ କ୍ଷେତ୍ରରେ ସଫଳ ଅର୍ଜ୍ଜନ କରିଥିବା ବ୍ୟକ୍ତିବିଶେଷ ସମ୍ମାନିତ ହୋଇଥିଲେ | ସ୍ୱାଗତିକା ଆଚାର୍ଯ୍ୟ, ଅନିଲ ପ୍ରଧାନ, ହରି ପ୍ରସାଦ ପଟ୍ଟନାୟକ, ସମିର କୁମାର ନାୟକ, ଧୀରେନ୍ଦ୍ର ନାଥ ଠାକୁର, ରୋମି ଦାସ, ଜୟଶ୍ରୀ ଧଳ, ନାରାୟଣ ସାହୁ, ପ୍ରଦୀପ ପୃଷ୍ଟି, ରାଜେଶ ମହାପାତ୍ର, ଡା. ସୁଶାନ୍ତ କୁମାର ଦାସ, ପୁରବି ପାତ୍ର, ଗୋଲଖ ପରିଡା ପ୍ରମୁଖ ‘ଉଡ୍ର ଗୌରବ’ରେ ସମ୍ବର୍ଦ୍ଧିତ ହୋଇଥିଲେ |
ଅନ୍ୟମାନଙ୍କ ମଧ୍ୟରେ ଶୁଭଶ୍ରୀ ମଙ୍ଗରାଜ, ଦେବୀପ୍ରସାଦ ମଙ୍ଗରାଜ, ଅସିତ୍ ସାହୁ, ବୈଷ୍ଣବ ଚରଣ ଭୋଳ, ପୱନ୍ ପାତ୍ରୋ, ଭବାନୀଶଙ୍କର ଜେନା, କିଶୋର ଚନ୍ଦ୍ର ଦାସ, ଭାଗ୍ୟଧର ସାମଲ, ଆଦିତ୍ୟ ଚୌଧୁରୀ, ସତ୍ୟବ୍ରତ ଯେନା, ଅଜାତ ଶତ୍ରୁ, ବାବୁ ବାବୁ, ସୌଦାମିନୀ ସାରଦା, ବିଶ୍ୱରଞ୍ଜନ ପଣ୍ଡା, ରୋହନ୍ ଦୀକ୍ଷିତ୍, ସୀଲାଦିତ୍ୟ ମିଶ୍ର, ଅମୂଲ୍ୟ କୁମାର ସ୍ୱାଇଁ, ତାପସ, ୟାମିନି, ଇପ୍ସିତା ପ୍ରିୟଦର୍ଶିନୀ, ଅଂଶ୍ ଦାସନାୟକ, ମନୋଜ ସାହାଣୀ, ତିତିକ୍ଷା ରାୟ, ଜୋଷିକା ବୋଷ ଏବଂ ‘ଉଡ୍ର’ର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ | ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଉପସଭାପତି ଡା. ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ ଧନ୍ୟବାଦ ଦେଇଥିଲେ |

