ବାଲେଶ୍ୱର,୨୧।୧୧: ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ କଲେଜରେ କ୍ୟାମ୍ପସ କମିଟି ଗଠନ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୋମବାର ବାଲେଶ୍ୱର ଜିଲ୍ଲାର ପ୍ରମୁଖ ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନଏସୟୁଆଇର ନୂତନ କମିଟି ଗଠିତ ହୋଇଛି। ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଗୌତମ ସାହୁ ଏନେଇ ସୂଚନା ଦେଇଛନ୍ତି। ଏହି କମିଟି ବିଦ୍ୟାର୍ଥୀଙ୍କ ହକ ପାଇଁ ଲଢ଼ିବ ବୋଲି କୁହାଯାଇଛି।

ଏଫଏମ କଲେଜରେ ଆଠ ଜଣିଆ କମିଟି ଘୋଷିତ ହୋଇଛି। କାର୍ଯ୍ୟକାରୀ ସଭାପତି ଭାବେ ପବିତ୍ର ମହାପାତ୍ର, ଉପସଭାପତି ଭାବେ ଆକାଂକ୍ଷା ଜେନା, ସାଗର ମହାନ୍ତି, ଏବଂ ସାଧାରଣ ସମ୍ପାଦକ ଭାବେ ଗଣେଶ କୁମାର ପାତ୍ର, ତପସ୍ୟା ଜେନା, ସ୍ଥିତିଧର ଦାସ, ତନୁଜା ତନୁଶ୍ରୀ ଜେନା ଏବଂ ବିଶ୍ୱଜିତ ମହାଳିକଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ନିଜ ନିଜ ଦାୟିତ୍ୱ ସଠିକ ଭାବରେ ତୁଲାଇ ସଂଗଠନକୁ କଲେଜ କ୍ୟାମ୍ପସ ମଧ୍ୟରେ ସୁଦୃଢ କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ତେବେ କଲେଜ ନିର୍ବାଚନ କରାଇବା, ଖାଲି ପଡ଼ିଥିବା ଅଧ୍ୟାପକ ପଦ ପୂରଣ, ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା, ଅଣ ଛାତ୍ର ପ୍ରବେଶରେ ରୋକ, ଇଣ୍ଡୋର ଷ୍ଟାଡିୟମ, ସ୍ମାର୍ଟ ଲାଇବ୍ରେରୀ ଆଦି ନେଇ ଏହି ଟିମ କାର୍ଯ୍ୟ କରିବ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।
ରିପୋର୍ଟ: ରାଇଜିଂ ଉତ୍କଳ

