କଂଗ୍ରେସର ଘରେ ଘରେ ହାତ ଅଭିଯାନ || ଦୁର୍ନୀତି ମୁକ୍ତ ଜଳେଶ୍ଵର ଗଢ଼ିବା ନେଇ ଆହ୍ୱାନ

ବସ୍ତା,୨୧ l୧୧: କଂଗ୍ରେସ ପକ୍ଷରୁ ମଙ୍ଗଳବାର ବସ୍ତା ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପଞ୍ଚାୟତର ବାଘଲଡିହା, ନୂଆଗାଁ, ସରିଶା, ଦଳେଇ ସାହି ଆଦି ଗ୍ରାମରେ ପଦଯାତ୍ରା ସହ ପ୍ରତି ଘରେ ଭୋଟରଙ୍କୁ ଭେଟିଛନ୍ତି। କଂଗ୍ରେସକୁ ଦୁଇ ଶାସକ ଦଳର ବିକଳ୍ପ ବିଚାର କରି ଦଳକୁ ସମର୍ଥନ ଦେବାକୁ ନେତା ଓ କର୍ମୀ ବୁଝାଇଛନ୍ତି। ଏଥିସହ ଦୁର୍ନୀତି ମୁକ୍ତ ତଥା ବିକାଶଶୀଳ ଜଳେଶ୍ଵର ଗଢିବା ନେଇ କଂଗ୍ରେସକୁ ଭୋଟ ଦେବାକୁ ଆହ୍ୱାନ ଜଣାଇଛନ୍ତି।

ପଦଯାତ୍ରା ପରେ ପଞ୍ଚାୟତ ସଭାପତି ଗଙ୍ଗାଧର ପଢ଼ିଆରୀଙ୍କ ପରୋହିତ୍ୟରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜଳେଶ୍ଵରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଯୋଗଦେଇ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରର କାର୍ଯ୍ୟାଧାରକୁ ବିରୋଧ କରିଛନ୍ତି। ଜଳେଶ୍ଵରରେ କଂଗ୍ରେସକୁ ବିକଳ୍ପ ଶକ୍ତି ଭାବରେ ଗଢି ତୋଳିବା ପାଇଁ ଆହ୍ବାନ ଜଣାଇଛନ୍ତି। ଅନୁରୂପ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ, ଜିଲ୍ଲା ମହିଳା କଂଗ୍ରେସ ଉପସଭାପତି ଅଞ୍ଜଳି ପ୍ରଧାନ, ଜିଲ୍ଲା କଂଗ୍ରେସ ସହ ସମ୍ପାଦକ ରବୀନ୍ଦ୍ର ଭଞ୍ଜ, ଜଳେଶ୍ଵର ଛାତ୍ର କଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ର, ପ୍ରଦୀପ ପ୍ରଧାନ, କାର୍ତ୍ତିକ ପାତ୍ର, ସଦାଶିବ ଜେନା, ମାଧବ ବେହେରା, ଅଶୋକ ବେହେରା, ବୈକୁଣ୍ଠ ଦଳେଇ, ରମେଶ ଜେନା, ସୁଜୟ ନାୟକ, ରାଧା ଗୋବିନ୍ଦ ଘୋଷ ମହାପାତ୍ର, ଅଜିତ ଘୋଷ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇ ମତ ରଖିଛନ୍ତି।

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *