ମୋହିନ ନାୟକ ବସ୍ତା ବ୍ଲକର ନୂଆ ବିଡ଼ିଓ

ବସ୍ତା,୨୬।୧୦: ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ନୂତନ ବିଡ଼ିଓ ଭାବେ ମୋହିନ କୁମାର ନାୟକ ବୁଧବାର ଯୋଗଦାନ କରିଛନ୍ତି | ବସ୍ତା ବିଡ଼ିଓ ସତ୍ୟଜିତ ମହାନ୍ତିଙ୍କ ଅନ୍ୟତ୍ର ବଦଳି ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି |

ପ୍ରକାଶ ଥାଉକି, ଶ୍ରୀ ନାୟକ ପୂର୍ବରୁ ବସ୍ତା ତହସିଲରେ ଅତିରିକ୍ତ ତହସିଲଦାର ଓ ପରେ ରସଗୋବିନ୍ଦପୁର ତହସିଲଦାର ଭାବେ କାର୍ଯ୍ୟ ନିର୍ବାହ କରିଥିଲେ | ତାଙ୍କର ଯୋଗଦାନରେ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବହୁ ଜନ ପ୍ରତିନିଧି, ଅଫିସ ଷ୍ଟାଫ ଓ କର୍ମଚାରୀ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି | ତେବେ ବ୍ଲକ ସମେତ ସମସ୍ତ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି |

ରିପୋର୍ଟ: ସେଖ ଆଜାରୁଦ୍ଦିନ
ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *