Rising Utkal
ରାଜ୍ୟରେ କମିଛି ଥଣ୍ଡା, ବଢୁଛି କୁହୁଡି | ତେବେ ଉପକୂଳ ଠାରୁ ଉପାନ୍ତ ଚାରିଆଡ଼େ ଥଣ୍ଡା ସାମାନ୍ୟ କମିଛି | ଗତ ରାତିରେ ରାଜ୍ୟର ୩ ଗୋଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଛି |
୨ ଦିନ ପୂର୍ବେ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିଲା | ସେପଟେ କୋରାପୁଟରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ସବୁଠୁ ଥଣ୍ଡା ସହର ପାଲଟିଛି l ସେହିପରି ଦାରିଙ୍ଗବାଡ଼ି ତାପମାତ୍ରା ୮. ୫ ଡିଗ୍ରୀ ଓ ସିମିଳିଗୁଡ଼ାର ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି | ଏହାବାଦ ଫୁଲବାଣୀ ସହରର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି | ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତ୍ରି ତାପମାତ୍ରାରେ ମଧ୍ୟ ବୃଦ୍ଧି ହୋଇଛି |
ସୂଚନାନୁସାରେ, କୁହୁଡି ଯୋଗୁଁ କିଛି କିଛି ସ୍ଥାନରେ ରାସ୍ତା ଦୃଶ୍ୟମାନ ହେଉନଥିବା ମଧ୍ୟ ଦେଖିବାକୁ ମିଳିଛି | ଭଦ୍ରକ, ପୁରୀ, ନୟାଗଡ଼, କୋରାପୁଟ, ବଲାଙ୍ଗୀର, ଯାଜପୁର, ଅନୁଗୁଳ, କଳାହାଣ୍ତି, କନ୍ଧମାଳ, ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା, ଗଜପତି, କେନ୍ଦ୍ରାପଡ଼ା ଆଦି ସ୍ଥାନରେ କୁହୁଡ଼ି ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରା ଯାଇଛି | ରାଉରକେଲା ଓ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ସୂଚନା ରହିଛି |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ
Tags: #risingutkal #RisingUtkal #WeatherUpdateToday #WeatherUpdate #Weather #WeatherForecast #WeatherNews #Fog #Cold #Koraput

