ବସ୍ତା, ୦୯l୧୧l୨୩: ଗୁରୁବାର କଂଗ୍ରେସ ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରିଛି। ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ପ୍ରତିବାଦ ଚାଲିଥିବା କୁହାଯାଉଛି | ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସିଂଲା ଠାରେ ମଧ୍ୟ ଜଳେଶ୍ୱର କଂଗ୍ରେସ ସତ୍ୟାଗ୍ରହ କରିଛି। ଏଥିରେ ଜଳେଶ୍ୱର କଂଗ୍ରେସ ନେତା ତଥା ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଯୋଗଦେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି।

ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ଡାର ଖୋଲି ପ୍ରଭୁଙ୍କ ଅଳଙ୍କାରର ଗଣତି କରିବା, ବେଦାନ୍ତକୁ ଦିଆ ଯାଇଥିବା ଜଗନ୍ନାଥ ଜମିକୁ ଫେରାଇ ଆଣିବା ଏବଂ ଚାଷୀଙ୍କ ଜମିକୁ ଫେରାଇବା ପାଇଁ ସେ ଦାବି କରିଛନ୍ତି। ଏଥିସହ ରାଜ୍ୟ ଜନତାଙ୍କ ସୁଖ ସୁବିଧା ତଥା ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ କଂଗ୍ରେସର ଏହି ଲଢେଇ ଚାଲିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଅନୁରୂପ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ବି ସମ୍ପୃକ୍ତ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ।

ସତ୍ୟାଗ୍ରହ ପରିପ୍ରେକ୍ଷୀରେ ନାବରା ସରପଞ୍ଚ ନଗେନ୍ଦ୍ର ସିଂ ପୌରାହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ଅଞ୍ଜଳି ପ୍ରଧାନ, ସୁଶାନ୍ତ ଦାସ, ଛାତ୍ରନେତା ଜଗନ୍ନାଥ ମହାପାତ୍ର, ରବୀନ୍ଦ୍ର ଭଞ୍ଜ, ଗୌରୀ ଶଙ୍କର ଜେନା, ପ୍ରଦୀପ ପ୍ରଧାନ, ସଞ୍ଜିବ ମହାନ୍ତି, କାର୍ତ୍ତିକ ପାତ୍ର ପ୍ରମୁଖ ଏଥିରେ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ।

ସମାନ ଭାବେ ଜଳେଶ୍ୱର ନିର୍ବାଚନମଣ୍ଡଳୀର ପଶ୍ଚିମବାଡ଼, ଗୋପୀମୋହନପୁର, ଓଲମରା, ମାଙ୍କଡିଆ ଆଦି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ସତ୍ୟାଗ୍ରହ ଚାଲିଥିଲା। ଏଥିରେ ବ୍ଲକ ସଭାପତି ରାଜୀବ ପରିଡ଼ା, ଗୋପାଳ କୃଷ୍ଣ ଜେନା, ପଦ୍ମଲୋଚନ ବେହେରା, ସୁଦାମ ଚରଣ ପାତ୍ର, ହେମନ୍ତ ଗିରି, ଜୟଶ୍ରୀ ଜେନା, ମୋତିଲାଲ ଦାସ ଅଧିକାରୀ, ପ୍ରକାଶ ଗୋସ୍ୱାମୀ, ଆଶିଷ ଘୋଷ, ଗୌରାଙ୍ଗ ମହାପାତ୍ର, ସୁଶାନ୍ତ ସେଠୀ, ଦୁର୍ଗା ଶଙ୍କର ଆଶ, ଶ୍ରୀକାନ୍ତ ସିଂ, ଚିତ୍ତ ରଂଜନ ବିଶ୍ବାଳ, ମଦନ ପାତ୍ର, ମଧୁ ପାତ୍ର, ଅଶ୍ଵିନୀ ଦାସ, ସର୍ବେଶ୍ଵର ଦାସ, କମଳାକାନ୍ତ ଅଣ୍ଡିଆ, ବିଭୂତି ନନ୍ଦୀ, ତ୍ରିଲୋଚନ ଦାସ, ମୃତ୍ୟୁଞ୍ଜୟ ସାମଲ, ଅନୁପ ପରିଡ଼ା, ଚନ୍ଦନ ଜେନା, ଅଶ୍ଵିନୀ ଦାସ ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ।
ରିପୋର୍ଟ: ରାଇଜିଂ ଉତ୍କଳ

