ବିଜେଡ଼ିର କର୍ମୀ ବୈଠକ || ନୂଆ ଭୋଟରଙ୍କୁ ଦଳରେ ଯୋଡ଼ିବାକୁ ଆହ୍ୱାନ

ବାଲେଶ୍ୱର, ୦୯|୧୧|୨୩: ରେମୁଣା ନିର୍ବାଚନ ମଣ୍ଡଳୀ ତୁଣ୍ଡରା ପଞ୍ଚାୟତରେ ଏକ କର୍ମୀ ବୈଠକ ଆୟୋଜିତ ହୋଇଯାଇଛି। ଯୁବନେତା ଚନ୍ଦନ ମଲ୍ଲିକଙ୍କ ନେତୃତ୍ବରେ ଆୟୋଜିତ ଏହି ବୈଠକରେ ତୁଣ୍ଡରା ଗ୍ରାମର ଚାରି ଏବଂ ପାଞ୍ଚ ନମ୍ବର ୱାର୍ଡର ବିଜେଡ଼ି କର୍ମକର୍ତ୍ତା ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନ ପାଇଁ ବିଜେଡ଼ିକୁ ଆହୁରି ସୁଦୃଢ ତଥା ନବୀନକୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବା ନେଇ ଶ୍ରୀ ମଲ୍ଲିକ ଆହ୍ୱାନ ଜଣାଇଥିଲେ।

ସେହିପରି ବିଜେଡ଼ିର ଶକ୍ତି ବଢାଇବା ଓ ଭୋଟର ତାଲିକାରେ ନୂଆ ଭୋଟରଙ୍କୁ ଯୋଡିବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ବାବଦରେ ଆଲୋଚନା କରିଥିଲେ। ଆବଶ୍ୟକ ସ୍ଥଳେ ଜନତାଙ୍କ ସାଥ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଯୁବନେତା ଆଦିତ୍ୟ ମଲ୍ଲିକ ପରୋହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁବା ସିଂ, ଆଶିଷ ପ୍ରଧାନ, ରାଜେଶ ପରିଡ଼ା, ରାକେଶ ଦାସ, ଜିତୁ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *