ଦଶହରା ହେଉଛି ହିନ୍ଦୁ ଧର୍ମର ଏକ ବଡ ପର୍ବ । ନବରାତ୍ରୀର ଦଶମ ଦିନରେ ଏହି ପୂଜାର୍ଚ୍ଚନା କରାଯିବା ସହ ଉତ୍ସବ ପାଳିତ ହୋଇଥାଏ | ଏହି ଦିନ ଦେବୀ ଦୁର୍ଗା ମହିଷାସୁରା ବଦ୍ଧ କରିଥିବାରୁ ଏହାକୁ ବିଜୟାଦଶମୀ ମଧ୍ୟ କୁହାଯାଏ |

ଦଶହରା ଦିନ କୌଣସି କାର୍ଯ୍ୟର ଶୁଭାରମ୍ଭ ଅଶେଷ ଶୁଭଦାୟକ ହୋଇଥାଏ | ଫଳରେ ବିଜୟାଦଶମୀରେ ଅସ୍ତ୍ରଶସ୍ତ୍ର ଓ ଯାନବାହାନ ନୂଆ କ୍ରୟ ଓ ପୂଜା କରାଯାଏ । ବଡ଼ କଥା ହେଉଛି, ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସ୍ୱତନ୍ତ୍ର । ଦଶହରା ଦିନରେ କରାଯାଇଥିବା କୌଶଳ, ପ୍ରତିକାର, ଦାନ ଏବଂ ପୂଜା ତୁରନ୍ତ ପ୍ରଭାବ ପକାଇଥାଏ । ଫଳରେ ଦଶହରା ଦିନରେ ଏହି ଜିନିଷ ଦାନ କଲେ ଦେବୀ ଲକ୍ଷ୍ମୀ ଅତି ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ମା’ଙ୍କ କୃପାରୁ ଧନରତ୍ନ ସହ ସୁଖଶାନ୍ତି ଫେରିଆସେ |
ଦଶହରା ଦିନ ଏକ ମନ୍ଦିରକୁ ଗୋଟିଏ ନୂଆ ଝାଡ଼ୁ ଦାନ କରନ୍ତୁ | ଏହି ସମୟରେ ସୁଖ ଓ ସମୃଦ୍ଧତା ପାଇଁ ଦେବୀ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ । ଫଳରେ ମାତା ଲକ୍ଷ୍ମୀ ସର୍ବଦା ଦୟାଳୁ ରୁହନ୍ତି । ଅର୍ଥର ଅଭାବ ରୁହେ ନାହିଁ । ଦଶହରା ଦିନ ଏହି କାମ କରିବା ଅତ୍ୟନ୍ତ ଶୁଭ ଅଟେ |
ଏହା ବ୍ୟତୀତ ଦଶହରା ବିଷୟରେ ଅନେକ ବିଶ୍ୱାସ ଅଛି । ଦଶହରା ଦିନ ଲୋକମାନେ ସୁନା, ରୂପା, କାର ଇତ୍ୟାଦି ମୂଲ୍ୟବାନ ଜିନିଷ କିଣନ୍ତି । ବିଶ୍ୱାସ କରାଯାଏ ଯେ ଏହି ଦିନ ଏହି ଜିନିଷ କିଣିବା ଦ୍ୱାରା ବର୍ଷସାରା ଘରେ ସୁଖ ଏବଂ ସମୃଦ୍ଧତା ଆସିଥାଏ |ଏହା ବ୍ୟତୀତ, ଦଶହରା ଦିନ ପାନ ପତ୍ର ଖାଇବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।
ଏହି ଦିନ ଆପଣ କୌଣସି ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବେ | ବିଦ୍ୟାର୍ଥୀମାନେ ନିଜର ପାଠ୍ୟ ପୁସ୍ତକ ଓ ଉପକରଣ କିଣିପାରିବେ |
ଉପସ୍ଥାପନା: ରାଇଜିଂ ଉତ୍କଳ

