ଟାଉନ ହାଇସ୍କୁଲରେ ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତା

ବାଲେଶ୍ୱର,୦୪|୧୧|୨୩: ବାଲେଶ୍ଵର ଟାଉନ ହାଇସ୍କୁଲରେ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ବିଦ୍ୟାର୍ଥୀଙ୍କ ନିମନ୍ତେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ଯରଞ୍ଜନ ଭୂୟାଁ ଉଦଘାଟନ କରିଛନ୍ତି। ଏଥିରେ ଷଷ୍ଠରୁ ଦଶମ ଶ୍ରେଣୀର ୬୦ରୁ ଉର୍ଦ୍ଧ୍ବ ପିଲା ଭାଗ ନେଇଥିଲେ।

ପ୍ରତିଯୋଗିତାକୁ ଶିକ୍ଷୟିତ୍ରୀ ସୁମତୀ ରାଉତ, ସସ୍ମିତା ଗିରି, ଶିକ୍ଷକ ଅକ୍ଷୟ କୁମାର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ପୁରାତନ ଛାତ୍ର ସଂସଦର ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ସୁରେନ୍ଦ୍ର ଦାସ, ନାରାୟଣ ଦତ୍ତ, ଶ୍ଯାମସୁନ୍ଦର ମିସ୍ତ୍ରୀ, ଅଶୋକ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ତେବେ କୃତୀ ପ୍ରତିଯୋଗୀମାନେ ଆଲୁମିନିର ଆସନ୍ତା ବାର୍ଷିକ ଉତ୍ସବରେ ପୁରସ୍କୃତ ହେବେ। କାର୍ଯ୍ଯକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *