ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ଓ ପଦଯାତ୍ରା

ବସ୍ତା,୦୪।୧୧।୨୩: ଦୁର୍ନୀତି ନିବାରଣ ନେଇ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ। ଜନତା ଓ ବିଦ୍ୟାର୍ଥୀ ସଚେତନ ହେଲେ ଦୁର୍ନୀତି କମିବ। ଏପରି କିଛି ଭାବନା ନେଇ ୩୦ ଅକ୍ଟୋବରରୁ ୫ ନଭେମ୍ବର ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିବ ସଚେତନତା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହେବା ସହ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ପରିଡ଼ା ଏହାକୁ ଶୁଭାରମ୍ଭ କରିଛନ୍ତି।

କାର୍ଯ୍ୟକ୍ରମ ଅବସରରେ “ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ହିତ ପ୍ରତି ସମର୍ପିତ ରହିବା” ଆଦି ବାର୍ତା ଦିଆଯାଇଛି। ଏଥିସହ ମହାବିଦ୍ୟାଳୟ ସମ୍ମୁଖରୁ ଏକ ପଦଯାତ୍ରା ବାହାରି ଅମର୍ଦ୍ଦା ବଜାର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପାଖ ଓ ବସନ୍ତପୁର ଗାଁ ପରିକ୍ରମା କରିଛି। ଗଣିତ ବିଭାଗର ଅଧ୍ୟାପକ ଡ. ବେଣୁଧର ବେହେରା, ସରୋଜ କୁମାର, ରାମଚନ୍ଦ୍ର ହେମ୍ବ୍ରମ, କୃଷ୍ଣଚନ୍ଦ୍ର ଲେଙ୍କା, ସୁବେସ କୁମାର ନାୟକ, ଶିକ୍ଷା ବିଭାଗର ଅଧ୍ୟାପିକା ସନ୍ତୋଷିନୀ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ବିଦ୍ୟାର୍ଥୀ ପଦଯାତ୍ରାରେ ସାମିଲ ହୋଇଥିଲେ।

ରିପୋର୍ଟ: ସେଖ ଆଜାରୁଦ୍ଦିନ

ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *