ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଓଲଟିଲା ପର୍ଯ୍ୟଟକ ବସ୍, ୨୫ ଆହତ

ରାଇଜିଂ ଉତ୍କଳ

ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା |ବସ୍ ଓଲଟି ୨୫ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି | ଆହତ ପର୍ଯ୍ୟଟକଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି| ତେବେ କିଛି ପର୍ଯ୍ୟଟକଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି |

ସୂଚନାନୁସାରେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ପିକନିକ ସମୟ ଚାଲିଥିବାରୁ ପଶ୍ଚିମବଙ୍ଗରୁ କିଛି ପର୍ଯ୍ୟଟକ ଏକ ବସ୍‌ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ | ମାତ୍ର ଦାରିଙ୍ଗବାଡ଼ି ବୁଲିସାରି ଗୋପାଳପୁର ଅଭିମୁଖେ ଯିବାବେଳେ ବ୍ରାହ୍ମଣୀଗାଁ ଥାନା ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା | ଫଳରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ |ଆହତ ପର୍ଯ୍ୟଟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | କିଛି ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ପୁଲିସ ପହଞ୍ଚି ବସ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି |

ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #busaccident #roadaccident #buscrash #schoolbusaccident #busaccident

Leave a Reply

Your email address will not be published. Required fields are marked *